ମୁମ୍ବାଇରେ ଗୋଟିଏ ଦିନରେ ୨୧୮ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ ବେଳକୁ ବେଳ ତାଣ୍ଡବ ରଚି ଚାଲିଛି। ଗୋଟିଏ ଦିନରେ ଏଠାରେ ଶହ ଶହ ଲୋକ କରୋନାରେ ପୀଡ଼ିତ ହେବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ମିଳିଥିବା ସୂଚନା ଅନୁଯାୟୀ, କେବଳ ମୁମ୍ବାଇରେ ଗୋଟିଏ ଦିନରେ ୨୧୮ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୬୪ ହୋଇଥିବା ବେଳେ ୯୭ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Share