ମୁମ୍ବାଇ,୫।୫: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହା ସର୍ବାଧିକ ରହିଛି। ମହାରାଷ୍ଟ୍ରର ମୁମ୍ବାଇ ମହାନଗରରେ ଏହି ସଂଖ୍ୟା ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଏହାକୁ ନଜରରେ ରଖି ମଙ୍ଗଳବାରଠାରୁ ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି। ଏହା ମେ’୧୭ ପର୍ଯ୍ୟନ୍ତ ଲାଗୁ କରାଯିବ। ଏହି ସମୟ ମଧ୍ୟରେ ୪ରୁ ଅଧିକ ଲୋକ କୌଣସି ସ୍ଥାନରେ ରୁଣ୍ଡ ହୋଇପାରିବେ ନାହିଁ। ଏହାସହ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତିମାନେ ଏକରୁ ଅଧିକ ଲୋକ ଯାତାୟାତ କରିପାରିବେ ନାହିଁ। କିନ୍ତୁ ମେଡିକାଲ ଏମର୍ଜେନ୍ସିରେ ଏହା ଲାଗୁ କରାଯିବ ନାହିଁ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମଙ୍ଗଳବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୫୪୧ ଥିବା ବେଳେ ୫୮୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।