Advertisement
Categories: ଜାତୀୟ

ମୁମ୍ବାଇରେ ୨୫୦ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୭।୫: କରୋନା ସଂକ୍ରମଣରେ ଭାରତ ହଟ୍‌ସ୍ପଟ ପାଲଟି ଯାଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭ ରହିଛନ୍ତି। ଏହା ଦେଶବାସୀଙ୍କ ପାଇଁ ଯେତିକି ଚିନ୍ତାର କାରଣ ପାଲଟିଛି ତା’ଠାରୁ ଅଧିକ ଚିନ୍ତାର ବିଷୟ ପାଲଟିଛି ମହାରାଷ୍ଟ୍ରରେ ପାଖାପାଖି ୨୫୦ ପୋଲିସ କରୋନାରେ ସଂକ୍ରମିତ ହେବା ଘଟଣା। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ କରୋନାର ଲକ୍ଷଣ ନ ଥିବା ଓ କେହି ଆଇସିୟୁକୁ ଯାଇ ନ ଥିବା ଗୁରୁବାର କହିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂ। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଥିବା ବେଳେ ୪ଶହରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଲାଣି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share