ମୁମ୍ବାଇରେ ୫୩ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା

ମୁମ୍ବାଇ,୨୧ା୪(ପି.ଟି.): ମୁମ୍ବାଇରେ ୫୩ ଜଣ ଗଣମାଧ୍ୟମ ପ୍ରତିନିଧି କରୋନା ସଂକ୍ରମିତ ଥ୍‌ତ୍ବା ପରୀକ୍ଷାରୁ ଜଣାପଡିଛି। ଖବରଦାତାମାନଙ୍କର କୋଭିଡ୍‌-୧୯ ପରୀକ୍ଷା ଲାଗି ଗତ ୧୬ ଓ ୧୭ ତାରିଖରେ ଆଜାଦ ମଇଦାନରେ ସ୍ବତନ୍ତ୍ର କ୍ୟାମ୍ପ୍‌ର ଆୟୋଜନ କରାଯାଇଥିଲା। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଇଲେକ୍ଟ୍ରୋନିକ୍‌ ଓ ଛାପା ଗଣମାଧ୍ୟମର ୧୭୧ ଜଣ ଖବରଦାତା, ଫଟୋଗ୍ରାଫର ଓ କ୍ୟାମେରାମ୍ୟାନ୍‌ଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୫୩ଟି କରୋନା ପଜିଟିଭ୍‌ ଜଣାପଡିଛି। ତେବେ ସେମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସମସ୍ତଙ୍କୁ ଆଇସୋଲେଶନରେ ରଖାଯିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ବିଏମ୍‌ସି ମୁଖପାତ୍ର ବିଜୟ ଖାବଲେ କହିଛନ୍ତି।

Share