Categories: ଜାତୀୟ

ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ

ମୁମ୍ବାଇ,୧୭।୨: ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ। ବାୟକୁଲାର ମଝଗାଓଁସ୍ଥିତ ଜିଏସ୍‌ଟି ଭବନର ୮ମହଲାରେ ସୋମବାର ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସେଠାରେ ଫସିରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଖବରପାଇ ଘଟଣାସ୍ଥଳରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ପହଞ୍ଚି ଘଟଣାର ସ୍ଥିତି ପରିଖିଛନ୍ତି।

Share