Categories: ଖେଳ

ମୁମ୍ବାଇ ଆକ୍ରମଣକୁ ମନେପକାଇଲେ କ୍ରିକେଟର୍‌

ମୁମ୍ବାଇ,୨୬।୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି।ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି କ୍ରିକେଟ ଖେଳାଳି। ଅଧିନାୟକ ବିରାଟ କୋହଲି ମୁମ୍ବାଇ ବିସ୍ଫୋରଣ କଥା ମନେପକାଇଛନ୍ତି। ସେ କହିଛନ୍ତି, ଘଟଣା ଘଟଯାଇଛି ସତ, କିନ୍ତୁ କେବେ ଭୁଲି ହେବନି। ସେପରି କୁଳଦୀପ ଯାଦବ, ଚେତେଶ୍ୱର ପୂଜାର, ଯୋଗେଶ୍ୱର ଦତ୍ତଙ୍କ ଭଳି ପ୍ରମୁଖ ଖେଲାଳିମାନେ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୨୦୦୮ ମସିହା ନଭେମ୍ବର ୨୬ରେ ଦିନରେ ପାକିସ୍ତାନର ୧୦ ଜଣ ଆତଙ୍କବାଦୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବେଶ କରି ନରସଂହାର କରିଥିଲେ। ଏହି ଭୟଙ୍କର ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ନଭେମ୍ବର ୨୬ରେ ଆରମ୍ଭ ହୋଇଥିବା ଏହି ଆକ୍ରମଣ ନଭେମ୍ବର ୨୯ରେ ଶେଷ ହୋଇଥିଲା। ଏନଏସଜି କମାଣ୍ଡୋ ତାଜ ହୋଟେଲରେ ଲୁଚି ଥିବା ଶେଷ ଆତଙ୍କବାଦୀକୁ ହତ୍ୟା କରି ଏହି ନରସଂହାର ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ମୁମ୍ବାଇରେ ପଶିଥିବା ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜମଲ ଆମିର କସବ ଜୀବନ୍ତ ଧରା ପଡିଥିଲେ। ତାଙ୍କୁ ୨୦୧୨ରେ ଫାଶୀ ଦିଆଯାଇଥିଲା।

Share