Categories: ଜାତୀୟ

ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ମୁମ୍ବାଇ,୭।୭: କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଯେମିତି ଦେଶରେ କଂଗ୍ରେସର ସ୍ଥିତି ଭୁଷୁଡି ପଡିବା ଭଳି ମନେ ହେଉଛି। ରବିବାର ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମିଲିନ୍ଦ ଦେଓରା। ଆଗକୁ ମୁମ୍ବାଇ ବିଧାନସଭା ନିର୍ବାଚନ ଥିବା ବେଳେ ଏକ ତିନି ଜଣିଆ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରି କଂଗ୍ରେସର ନେତୃତ୍ୱ ନେବାକୁ ସେ ପ୍ରସ୍ତାବ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ନିଜର ସ୍ଥିତି ଜାହିର କରି ନ ଥିବା କଂଗ୍ରେସ ଏବେ ଏକ ପ୍ରକାର ସତ୍ତା ହରାଇବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share