Categories: ଜାତୀୟ

ମୁମ୍ବାଇ, ଠାଣେରେ ଶିବସେନା ମେୟର

ମୁମ୍ବାଇ, ୨୩ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା, ଏନ୍‌ସି ଓ କଂଗ୍ରେସ ଏକାଠି ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାଜପାକୁ ଝଟକା ଲାଗିଛି। ମେୟର ପଦ ମଧ୍ୟ ଆଶାନୁରୂପ ଭାବେ ଭାଜପା ଦଖଲ କରିପାରି ନାହିଁ। ମୁମ୍ବାଇ, ଠାଣେରେ ଶିବସେନା ପ୍ରାର୍ଥୀ ମେୟର ଓ ଉପମେୟର ପଦ ହାସଲ କରିବାରେ ସମର୍ଥ ହୋଇଛନ୍ତି। ମୁମ୍ବାଇରେ ସେନା ପ୍ରାର୍ଥୀ କିଶୋରୀ ପେଡ୍‌ନେକର ଓ ଠାଣେରେ ସେନାର ନରେଶ୍‌ ମାସ୍କେ ମେୟର ପଦ ଦଖଲ କରିଛନ୍ତି। ଭାଜପା ଲାଟୁର, ଉହ୍ଲାସନଗରରେ ଭଲ ପ୍ରଦର୍ଶନ କରିଥିଲେ ହେଁ ମେୟର ପଦ ହାତେଇବାକୁ ସମର୍ଥ ହୋଇପାରିନି। ଲାଟୁର୍‌ରେ କଂଗ୍ରେସର ବିକ୍ରାନ୍ତ ଗୋଚାମ୍‌ଗୁଣ୍ଡେ ଓ ଉହ୍ଲାସନଗରରେ ଏନ୍‌ସିପି ସହଯୋଗରେ ଶିବସେନା ପ୍ରାର୍ଥୀ ମେୟର ପଦ ହାସଲ କରିଛନ୍ତି। ତେବେ ନାସିକ୍‌ରେ ମହାରାଷ୍ଟ୍ର ନବନିର୍ମାଣ ସେନାର ସମର୍ଥନ କ୍ରମେ ଭାଜପା ମେୟର ଓ ଉପମେୟର ପଦ ହାସଲ କରିବାରେ ସମର୍ଥ ହୋଇଛି। ଏଠାରେ ସତୀଶ୍‌ କୁଲକର୍ଣ୍ଣି ମେୟର ହୋଇଛନ୍ତି। ପୁଣେରେ ଭାଜପାର ମୁରଲୀଧର ମୋହୋଲ ମେୟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Share