Categories: ଖେଳ

ମୁମ୍ବାଇ ପାଇଁ ଫିଟ୍‌ ନୁହେଁ ୨୩ ବର୍ଷରୁ କମ୍‌ ଭାରତୀୟ ଦଳର ଖେଳାଳି

ମୁମ୍ବାଇ, ୨୯।୧୨- ନିର୍ଦ୍ଦିଷ୍ଟ ବୟସ ବର୍ଗରେ ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମାନ ବୟସ ବର୍ଗର ମୁମ୍ବାଇ ଦଳରେ ସ୍ଥାନ ମିଳୁନାହିଁ। ଅର୍ମାନ ଜାଫର ଏସିଆନ କ୍ରିକେଟ ପରିଷଦ ଇମର୍ଜିଂ କପ୍‌(୧୩ ବର୍ଷରୁ କମ୍‌)ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ସର୍ବାଧିକ ୨୩୦ ରନ୍‌ କରିଥିଲେ। ସେ ଦିନିକିଆ ଟୁର୍ନାମେଣ୍ଟରେ ୫୧* (ବନାମ ନେପାଳ), ୧୦୫ (ବନାମ ବାଂଲାଦେଶ), ୨୮ (ବନାମ ହଂକଂ) ଓ ୪୬ (ବନାମ ପାକିସ୍ତାନ) ରନ୍‌ କରିଥିଲେ। କିମ୍ବଦନ୍ତୀ ଘରୋଇ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫରଙ୍କ ପୁତୁରା ଅର୍ମାନ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ। ପ୍ରତିପକ୍ଷ ଦଳରେ ୫ ଅନ୍ତର୍ଜାତୀୟ ଖେଳାଳି ଥିଲେ। ଏହି ଇଭେଣ୍ଟରୁ ଫେରିବା ପରେ ତାଙ୍କୁ ସିକେ ନାୟୁଡୁ ଟ୍ରଫି ପାଇଁ ଘୋଷିତ ମୁମ୍ବାଇ ୨୩ ବର୍ଷରୁ କମ୍‌ ଦଳରେ ସୁଯୋଗ ମିଳିଥିଲା। ପ୍ରଥମ ମ୍ୟାଚ୍‌ରେ ୧୯ (ଆସାମ) ଓ ଦ୍ୱିତୀୟରେ ୫ ଓ ୨୨ (ବରୋଦା) ରନ୍‌ କରିପାରିଥିଲେ। ତିନି ଇନିଂସ ପରେ ତାଙ୍କୁ ଚୟନକର୍ତ୍ତା ଦଳରୁ ବିଦା କରିି ଦେଇଛନ୍ତି। ଏ ସମ୍ପର୍କରେ ମୁମ୍ବାଇ ମୁଖ୍ୟ ଚୟନକର୍ତ୍ତା କହିଛନ୍ତି, ଆମେ ପ୍ରତ୍ୟେକ ଖେଳାଳିଙ୍କୁ ସମାନ ସୁଯୋଗ ଦେବାକୁ ଚାହୁଁ। ୨୩ ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ଏକ ପ୍ରକ୍ରିୟା, ଯେଉଁଥିରୁ ଉପର ସ୍ତରର ଖେଳାଳିମାନେ ବାହାରନ୍ତି। ଯଦି ଜଣଙ୍କୁ ସୁଯୋଗ ମିଳିଲା ପରେ ମଧ୍ୟ ପ୍ରଦର୍ଶନରେ ସ୍ଥିରତା ନାହିଁ, ତେବେ ଅନ୍ୟଙ୍କୁ ସୁଯୋଗ ଦେବା ଉଚିତ। ଆମ ନିକଟରେ ବହୁତ ଖେଳାଳି ଅଛନ୍ତି। ସେମାନଙ୍କୁ ଟେଷ୍ଟ କରାଯିବ। କାହାରି ସ୍ଥାନର ଗ୍ୟାରେଣ୍ଟି ଦେଇ ହେବ ନାହିଁ।

Share