Categories: ଜାତୀୟ

ମୁମ୍ବାଇ ଭିଓ୍ବଣ୍ଡିରେ ଶିଳ୍ପ କେନ୍ଦ୍ର ଭଙ୍ଗା ଯୋଜନା: ୨୦ ଲକ୍ଷରୁ ଅଧିକ ବେରୋଜଗାର ହେବା ଆଶଙ୍କା

ମୁମ୍ବାଇ,୨୭।୧୧: ମୁମ୍ବାଇ ଭିଓ୍ବାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ କେନ୍ଦ୍ରକୁ ଭଙ୍ଗାଯିବା ପାଇଁ ସରକାର ଯୋଜନା କରିଛନ୍ତି। ଏହା ଦ୍ୱାରା ୨୦ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହେବାର ଆଶଙ୍କା ଦେଖାଦେଇଛି। ଏଠାରେ ୬୨ଟି ଗାଁର ପ୍ରାୟ ୧୪ କୋଟି ବର୍ଗଫୁଟ ଅଞ୍ଚଳରେ ବହୁ ଶିଳ୍ପକେନ୍ଦ୍ର ଗଢ଼ି ଉଠିଛି। ଏହି ଅଞ୍ଚଳରେ ମୁଖ୍ୟତଃ ଟେକ୍ସଟାଇଲ୍‌ ଏବଂ ଓ୍ବେରହାଉସିଂ ୟୁନିଟ୍‌ ରହିଛି। ସ୍ଥାନୀୟ ପ୍ରଶାସନ ଅନୁସାରେ ଏହା ଚାଷ ଉପଯୋଗୀ ଜମି। ତେଣୁ ଏଠାରେ ଅବୈଧ ଭାବେ ଗଢ଼ିଉଠିଥିବା ଶିଳ୍ପ କେନ୍ଦ୍ରଗୁଡ଼ିକୁ ଭାଙ୍ଗି ଦିଆଯିବ। ଇତିମଧ୍ୟରେ ପ୍ରଶାସନ ପକ୍ଷରୁ ୮ ଗାଁରେ ଅବୈଧ ନିର୍ମାଣ ଭଙ୍ଗା କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି। ପ୍ରଶାସନର ଏଭଳି ପଦକ୍ଷେପ ବିରୋଧରେ ଏଠାରେ କାମ କରୁଥିବା ଲୋକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

Share