Categories: ଜାତୀୟ

ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍‌ ରନ୍‌ରେ ଯୋଗ ଦେବାକୁ ବହୁ ସଂଖ୍ୟକ ପ୍ରତିଯୋଗୀ ପହଞ୍ଚିଥିବା ଦେଖାଯାଇଛି। ପିଲାମାନଙ୍କ ସହ ବଲିଉଡ୍‌ ଅଭିନେତା ରାହୁଲ ବୋଷ, ଗୀତିକାର ଗୁଲଜାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ମାରାଥନରେ ଯୋଗଦେବାକୁ ଅନେକ ଆଶା ରଖିଥାଆନ୍ତି। ଏହା ସୁଚାରୁ ରୂପେ ପରିଚାଳିତ ହେଉଥିବା ବେଳେ ଏଥିରେ ବିଜୟୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ।

Share