ମୁମ୍ବାଇ ଯାଇପାରେ କେନ୍ଦ୍ରୀୟ ବାହିନୀ

ମୁମ୍ବାଇ,୯ା୫(ପି.ଟି.): ମୁମ୍ବାଇରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାବେଳେ ସୈନ୍ୟବାହିନୀକୁ ଡକାଯାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହାକୁ ଖଣ୍ଡନ କରିଛନ୍ତି। ମୁମ୍ବାଇକୁ ସେନା ହାତରେ ଟେକି ଦେବାର ପ୍ରଶ୍ନ ଉଠୁନାହିଁ। ପୋଲିସ ଦିନରାତି କାମ କରି କ୍ଳାନ୍ତ ହୋଇପଡିଲେଣି। ସେମାନଙ୍କୁୁ ବିଶ୍ରାମ ଦେବା ପାଇଁ ଆବଶ୍ୟକ ହେଲେ କେନ୍ଦ୍ରୀୟ ବାହିନୀକୁ ଅତିରିକ୍ତ ଭାବେ ନିୟୋଜିତ କରାଯାଇପାରେ ବୋଲି ସେ କହିଛନ୍ତି। ରାଜ୍ୟବାସୀ ଗୁଜବରେ ବିଶ୍ୱାସ ନ କରିବାକୁ ଉଦ୍ଧବ ଆହ୍ବାନ ଦେଇଛନ୍ତି। ସଂକ୍ରମଣକୁ କାବୁ କରିବାରେ ରାଜ୍ୟ ବିଫଳ ହୋଇଥିବା କଥାକୁ ସେ ସ୍ବୀକାର କରିଛନ୍ତି। ମେ’ ୧୭ ପରେ ଲକ୍‌ଡାଉନ ଅବଧି ବଢ଼ିପାରେ ବୋଲି ସେ ସୂଚନା ଦେଇଛନ୍ତି।

Share