Categories: ଖେଳ

ମୁମ୍ବାଇ ରଣ୍‌ଜୀ ଦଳରେ ରାହାନେ, ଶ

ମୁମ୍ବାଇ,୪।୧୨(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାନେ ଓ ଯୁବ ଓପନର ପୃଥ୍ବୀ ଶ’ଙ୍କୁ ମଙ୍ଗଳବାର ଘୋଷିତ ୧୫ ଜଣିଆ ମୁମ୍ବାଇ ରଣ୍‌ଜୀ ଦଳରେ ସ୍ଥାନ ପାଇଛନ୍ତି। ମିଲିନ୍ଦ ରେଗେଙ୍କ ନେତୃତ୍ୱାଧୀନ ଆଡ୍‌ ହକ ଚୟନ କମିଟି ଏହି ଦଳ ଚୟନ କରିଛି। ସୂର୍ଯ୍ୟକୁମାର ତାରେ ଦଳର ନେତୃତ୍ୱ ନେବେ। ଅଭିଜ୍ଞ ଉଇକେଟକିପର ଆଦିତ୍ୟ ତାରେଙ୍କୁ ଉପ ଅଧିନାୟକ ଭାର ଦିଆଯାଇଛି। ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଥିବାରୁ ରାହାନେଙ୍କୁ ପ୍ରାକ୍ଟିସ ମ୍ୟାଚ୍‌ ମିଳିଯିବ। ତେବେ ସିଦ୍ଦେଶ ଲାଡ ପ୍ରଥମ ମ୍ୟାଚ୍‌ ପାଇଁ ଉପଲବ୍ଧ ହେବେ ନାହିଁ। କାରଣ ଆସନ୍ତା ଶୁକ୍ରବାର ସେ ବିବାହ କରିବାକୁ ଯାଉଛନ୍ତି। ସର୍ବାଧିକ ୪୧ ଥର ରଣ୍‌ଜୀ ଚାମ୍ପିୟନ ମୁମ୍ବାଇ ୯ ତାରିଖରେ ବରୋଦା ବିପକ୍ଷ ମ୍ୟାଚ୍‌ରୁ ତା’ର ଅଭିଯାନ ଆରମ୍ଭ କରିବ।

Share