Categories: ଖେଳ

ମୁମ୍ବାଇ ସିଟି ଏଫ୍‌ସିକୁ ରୋକିଲା ଏଟିକେ

ମୁମ୍ବାଇ, ୫ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ କ୍ରମାଗତ ୬ଟି ମ୍ୟାଚରେ ବିଜୟ ପରେ ମୁମ୍ବାଇ ସିଟି ଏଫ୍‌ସି ପରାଜୟ ବରଣ କରିଛି। ଶନିବାର ଏଟିକେ ୨-୦ ଗୋଲରେ ଏହି ଦଳିକୁ ପରାସ୍ତ କରିଛି। ମୁମ୍ବାଇ ସିଟି ତରଫରୁ ପ୍ରଥମାର୍ଦ୍ଧରେ ପ୍ରଣୟ ହାଲ୍‌ଦାର (୨୯ତମ ମିନିଟ୍‌) ମାଇକେଲ ସୁସାଇରାଜ (୪୩ତମ) ଗୋଲ ଦୁଇଟିକୁ ସ୍କୋର କରିଥିଲେ। ମୁମ୍ବାଇ ଫୁଟ୍‌ବଲ ଆରେନାଠାରେ ଶନିବାର ଏହି ବିଜୟ ଦ୍ୱାରା ଏଟିକେ ଦଳର ପଏଣ୍ଟ (୨୧) ଟେବୁଲର ଶୀର୍ଷରେ ଥିବା ଏଫ୍‌ସି ଗୋଆ ସହିତ ସାମନ ହୋଇଛି। ଅନ୍ୟପକ୍ଷରେ ମୁମ୍ବାଇ ସିଟି ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

Share