Advertisement

ମୁରତୁ ସଂଗେ ଯୁଝୁଛନ୍‌ ଅସାହା ବୁରୁଧ୍‌

କର୍ଲାମୁଣ୍ଡା, ୨ା ୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଭାଲୁପିଆ ଗାଁର ଝନେ ୭୦ ବଛ୍‌ରିଆ ବୁରୁଧ୍‌ ରୋଗ୍‌ରେ ପୀଡ଼ିତ ହେଇ ମୁରତୁ ସଂଗେ ଯୁଝୁଛନ୍‌। ଏନ୍‌ତାଥି ଗାଁବାସୀ ବୁରୁଧ୍‌କଁର ଚିକିତ୍ସା ସାହାଯ୍‌ ଲାଗି ଥାନୀୟ ବ୍ଲକ ପରଶାସନକେ ନିବେଦନ କରିଛନ୍‌।
ସୂଚନା ଅନ୍‌ସାରେ ଭାଲୁପିଆ ଗାଁର ଅସାହା ବୁରୁଧ୍‌ ଟଙ୍କଧର ପୁଟେଲ(୭୦)। ସେ ଅନେକ ଦିନୁ ଭିନେ ଭିନେ ରୋଗ୍‌ରେ ପୀଡ଼ିତ ଅଛନ୍‌। ଦେଖ୍‌ଭାଲ କରବାର ଲାଗି ପାସେ କେହି ନାଇଁ। ଏନ୍‌ତାଥି ସେ ଅସାହା ହେଇ ମୁରତୁ ସଂଗେ ଯୁଝୁଛନ୍‌। ବୁରୁଧ୍‌କଁର ଇ ଅବସ୍‌ତା ଦେଖି ଭାଲୁପିଆ ଗଁାର ସୁନାମୁଖି ଗ୍ରାମ ବିକାଶ କମିଟିର ସଭିଅମାନେ ସାହାଯ୍‌ କରବାର ଲାଗି ଅଁଟା ଭିଡ଼ିଥିଲେ। ସେମାନେ ବୁଧୁବାର କର୍ଲାମୁଣ୍ଡା ବ୍ଲକ ପରଶାସନକେ ଭେଟି ବୁରୁଧ୍‌କୁଁ ସରକାରୀ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଲିଖିତ ଅନୁରୋଧ କରିଛନ୍‌। ଗଁାରେ ଏକ୍‌ଲା ରହୁଥିବାର ଇ ବୁରୁଧ୍‌କଁର ବହୁତ୍‌ ଦିନୁ ଗୁଟେ ଗୋଡ଼ ଫୁଲିଯାଇଥିଲାବେଲେ ସେ ହାର୍ଣ୍ଣିଆ ରୋଗ୍‌ରେ ପୀଡ଼ିତ ଥିବାର ଜନାଯାଇଛେ। ଗଁାର ବିକାଶ କମିଟିର ସଦସିଅମାନେ ଗଁାରୁ ଚଁାଦାଭେଦା କରି ବୁରୁଧ୍‌କୁଁ ଅନେକ ଥର ଡାକ୍‌ତରଖାନା ନେଇ ଚିକିସତ୍ା କରେଇଛନ୍‌। ହେଲେ ରୋଗ୍‌ ଛାଡ଼ବାର ଜାଗାରେ ଦିନୁଦିନ୍‌କେ ବଢ଼ତେଲ ଯାଉଥିବାର କମିଟିର ସଭିଅ ଧନୁ କାଲସାଏ କହିଛନ୍‌। ବୁଧୁବାର ଗଁାର ଓ୍ବାର୍ଡ ମେମର ଉପେନ୍ଦ୍ର ବୁଡ଼େକ, ଗ୍ରାମ ବିକାଶ କମିଟିର ସଭିଅ ତ୍ରିଲୋଚନ ପଧାନ, ସତ୍ୟସାଇ ପଧାନ, ଧନୁ କାଲସାଏ ପରମୁଖ ବୁରୁଧ୍‌କୁଁ ପହେଲା କର୍ଲାମୁଣ୍ଡା ଡାକ୍‌ତରଖାନାରେ ଚିକିସତ୍ା କରେଇଥିଲେ। ପଛେ ସରକାରୀ ସାହାଯ୍‌ ଲାଗି ବିଡିଓକଁର ଅନୁପସ୍ଥିତିରେ ହେଡକ୍ଲର୍କ ମନପତ ଜାନୀକୁଁ ଭେଟି ଗୁଟେ ଅନୁରୋଧ ପତର ଦେଇଥିଲେ। ଇତାର ସଂଗେ ବୁରୁଧ୍‌କଁର ଚିକିସତ୍ା ସାହାଯ୍‌ ଲାଗି ବ୍ଲକ ପରଶାସନ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଥିଲେ। ଇ ବାବ୍‌ଦେ ହେଡକ୍ଲର୍କକୁଁ ପଚରାଲାରୁ ବିଡିଓ ଆଏଲା ଉତାରୁ ଇ ବିଷେରେ ଆଲୋଚନା କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।

Share