ମୁରୁଜ ରଥରେ ବିଜେ କରିବେ ଶ୍ରୀ ବଳଦେବଜୀଉ

ରାଜନଗର,୪ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗରର ପୁରାଣପ୍ରସିଦ୍ଧ ରିଆଗଡ଼ର ଆରାଧ୍ୟଦେବତା ଶ୍ରୀ ବଳଦେବଜୀଉ ଆଜି ମୁରୁଜ ରଥରେ ବିଜେ କରିବେ। କନିକା ରାଜା ସାହେବ ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିବା ଶ୍ରୀ ବଳଦେବଜୀଉ ଭିତରକନିକା ସୀମାରେ ଅବସ୍ଥିତ। ଗମନାଗମନର ସୁବିଧା ନ ଥିବାରୁ ଭକ୍ତମାନେ ରଥ ଟାଣିବା ସମ୍ଭବ ହୋଇପାରିନି ଆଜିପର୍ଯ୍ୟନ୍ତ। ତେଣୁ ରତ୍ନସିଂହାସନ ତଳକୁ ମୁରୁଜ ରଥ ନିର୍ମାଣ କରାଯାଇ ଶ୍ରୀ ବଳଦେବଜୀଉଙ୍କୁ ଏଥିରେ ବିରାଜମାନ କରାଯିବ ବୋଲି ମନ୍ଦିରର ବଡ଼ପଣ୍ଡା ପ୍ରଭାକର ମିଶ୍ର ସୂଚନା ଦେଇଛନ୍ତି।