Categories: ଜାତୀୟ

ମୁଲତବି ରହିଲା ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ବହୁ ଚର୍ଚ୍ଚିତ ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାର ଶୁଣାଣିକୁ ମୁଲତବି ରଖିଛନ୍ତି। ଏହି ମାମଲାର ବିଚାରପତି ଛୁଟିରେ ଥିବାରୁ ୨୮ ଜାନୁୟାରୀରେ ହେବାକୁ ଥିବା ଶୁଣାଣିକୁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲାରେ ବ୍ରଜେଶ ଠାକୁରଙ୍କ ସମେତ ୧୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ମଙ୍ଗଳବାର ସେମାନଙ୍କୁ ଦଣ୍ଡବିଧାନ କରାଯାଇଥାଆନ୍ତା। ସୂଚନାଯୋଗ୍ୟ, ୨୦ ଜାନୁୟାରୀରେ ହୋଇଥିବା ଶୁଣାଣିରେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Share