ମୁଲ୍ଲାଙ୍କୁ ଫୋନ୍‌ କଲେ ଟ୍ରମ୍ପ୍‌: କଏଦୀଙ୍କ ମୁକ୍ତି ନେଇ ଏବେ ବି ସନ୍ଦେହ !

ଓ୍ବାଶିଂଟନ,୪।୩: ତାଲିବାନ ମୁଖ୍ୟ ମୁଲ୍ଲା ବରଦାରଙ୍କ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋନ୍‌ରେ ଆଲୋଚନା ହୋଇଛି। ଜଣେ ଆତଙ୍କବାଦୀ ସଂଗଠନ ମୁଖ୍ୟଙ୍କ ସହିତ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଆଲୋଚନାକୁ ପ୍ରଥମ ଥର ପାଇଁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଫେବୃୟାରୀ ୨୯ରେ ଆମେରିକା-ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। ତେବେ ଏଥିରେ କିମ୍ବା ମୁଲ୍ଲା-ଟ୍ରମ୍ପ୍‌ ଫୋନ୍‌ ଆଲୋଚନାରେ କଏଦୀଙ୍କ ମୁକ୍ତ କରାଯିବା ନେଇ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ଏ ବିଷୟରେ ମାର୍ଚ୍ଚ ୧୦ରେ ସମସ୍ତ ପକ୍ଷଙ୍କ ମଧ୍ୟରେ ସ୍ବିଡେନ ଓସ୍ଲୋଠାର ଏକ ବୈଠକ ହେବ। ବୈଠକରେ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରାଯିବ।

Share