ମୁଶରଫଙ୍କ ଆବେଦନକୁ ଫେରାଇ ଦେଲେ କୋର୍ଟ

ଇସ୍‌ଲାମାବାଦ,୨୮।୧୨: ପାକିସ୍ତାନର ପୂର୍ବତନ ସେନା ଶାସକ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଆବେଦନକୁ ଲାହୋର ହାଇକୋର୍ଟ ଶନିବାର ଫେରାଇ ଦେଇଥିବା ଜଣାପଡିଛି। ଦେଶଦ୍ରୋହ ମାମଲାରେ ପାକିସ୍ତାନର ସ୍ପେଶାଲ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ସେ ଏହାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୀତକାଳିନ ଛୁଟି ପାଇଁ ସମ୍ପୂର୍ଣ୍ଣ ଖଣ୍ଡପୀଠ ଉପସ୍ଥିତ ନ ଥିବାରୁ ତାଙ୍କ ଆବେଦନକୁ ଫେରାଇ ଦିଆଯାଇଛି। ଶୁକ୍ରବାର କୋର୍ଟ ପକ୍ଷରୁ କୁହାଯାଇଥିଲା କି ଏକ ୩ ଜଣିଆ ଖଣ୍ଡପୀଠ ମୁଶରଫଙ୍କ ଆବେଦନର ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ ୯ରେ କରିବାର ଥିଲା।

Share