Categories: ଖେଳ

ମୁସଫିକରଙ୍କ ଅପରାଜିତ ଦ୍ୱିଶତକ

ଢାକା, ୨୫ା୨ (ଏଏଫ୍‌ପି)-ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ମୁସ୍‌ଫିକର ରହିମ୍‌ ତାଙ୍କ ତୃତୀୟ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ବାଂଲାଦେଶ ଏହାର ପ୍ରଥମ ଇନିଂସ ୫୬୦/୬ରେ ଘୋଷଣା କରିବା ସହ ୨୯୫ରନ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି। ଜବାବରେ ଜିମ୍ବାଓ୍ବେ ତୃତୀୟ ଦିବସ ଖେଳ ଷ୍ଟମ୍ପ ଅପସାରଣ ବେଳକୁ ୨ ଉଇକେଟ ବିନିମୟରେ ମାତ୍ର ୯ ରନ କରିଛି। ଭ୍ରମଣାକରୀ ଦଳ ପ୍ରଥମ ଇନିଂସରେ ୨୬୫ରନ କରିଥିଲା। ମୁସ୍‌ଫିକର ଟେଷ୍ଟରେ ବାଂଲାଦେଶର ସବୁଠାରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଛନ୍ତି। ସେ ୨୦୩ ରନ କରି ଅପରାଜିତ ରହିଥିବା ବେଳେ ଅଧିନାୟକ ମୋମିନୁଲ ହକ୍‌ ୧୩୨ ରନ କରିଥିଲେ। ସୋମବାର ସକାଳେ ଘରୋଇ ଦଳ ୨୪୦/୩ରୁ ଖେଳ ଆରମ୍ଭ କରିଥିଲା। ମିସ୍‌ଫିକର ଓ ମୋମିନୁଲ ଚତୁର୍ଥ ଉଇକେଟରେ ୨୨୨ରନ ଯୋଗ କରିଥିବା ବେଳେ ଉଇକେଟକିପର ବ୍ୟାଟ୍ସମ୍ୟାନ ଲିଟନ ଦାସ ୫୩ ରନ କରିଥିଲେ। ଫଳରେ ଜିମ୍ବାଓ୍ବେ ବିପକ୍ଷରେ ବାଂଲାଦେଶ ସର୍ବାଧିକ ରନ ସଂଗ୍ରହ କରିବାରେ ସମର୍ଥ ହୋଇଛି। ମୁସ୍‌ଫିକର ଦ୍ୱିଶତକ ହାସଲ କରିବା ପରେ ମୋମିନୁଲ ଇନିଂସ ଘୋଷଣା କରିଥିଲେ।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ ପ୍ରଥମ ଇନିଂସ: ୨୬୫
ବାଂଲାଦେଶ ପ୍ରଥମ ଇନିଂସ: ୫୬୦/୬, ଘୋଷଣା (ମୁସ୍‌ଫିକର ରହିମ୍‌-୨୦୩*, ମୋମିନୁଲ ହକ୍‌-୧୩୨, ନାଜମୁଲ ହୋସେନ-୭୧, ଲିଟନ ଦାସ-୫୩; ଏନ୍‌ସ୍ଲେ ଏନଡ୍ଲୋଭୁ-୨/୧୭୦)।
ଜିମ୍ବାଓ୍ବେ ଦ୍ୱିତୀୟ ଇନିଂସ: ୯/୨ (ନଇମ ହସନ-୨/୪)।

Share