Advertisement

ମୁସଲମାନ୍‌ଙ୍କ ପାଇଁ ଇଫତାର ଆୟୋଜନ କରୁଛି ଗୁରୁଦ୍ୱାର

ଦୁବାଇ,୨୮।୫: ରମଜାନ୍‌ ମାସରେ ମୁସଲମାନ୍‌ଙ୍କ ପାଇଁ ଦୁବାଇର ଏକ ଗୁରୁଦ୍ୱାର ଇଫତାର ଆୟୋଜନ କରୁଛି। ପୂର୍ବରୁ ଗୁରୁଦ୍ୱାର ପକ୍ଷରୁ ରମଜାନ୍‌ ମାସରେ କେବଳ ଗୋଟିଏ ଦିନ ଇଫତାର୍‌ ଦିଆଯାଉଥିଲା। ତେବେ ୨୦୧୯ଠାରୁ ଏକମାସ ବ୍ୟାପି ଇଫତାର ଦେବାର ଯୋଜନା କରାଯାଇଛି। ଏହାଦ୍ୱାରା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଉଛି ବୋଲି ଗୁରୁଦ୍ୱାରର ଉପମୁଖ୍ୟ ବୁବଲେସ୍‌ କାନ୍ଧାରୀ ସୂଚନା ଦେଇଛନ୍ତି। ସଭିଏଁ ସମାନ ତେଣୁ କାହାକୁ ହିନ୍ଦୁ, ମୁସଲମାନ ଅବା ଖ୍ରୀଷ୍ଟିଆନ୍‌ ବୋଲି କହିବାର କୌଣସି ଅର୍ଥ ନାର୍ହି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel