ନୂଆଦିଲ୍ଲୀ,୮।୭: ମସଜିଦ୍ରେ ମୁସଲମାନ୍ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, କୌଣସି ମୁସଲମାନ୍ ମହିଳା ଏପରି ଆବେଦନ କଲେ ହୁଏତ ଏହାର ଶୁଣାଣି କରାଯିବ। ମାତ୍ର ହିନ୍ଦୁ ମହାସଭା ପକ୍ଷରୁ ଆବେଦନ କରାଯାଇଥିବାରୁ ଏହାକୁ ଆଗ୍ରାହ୍ୟ କରାଯାଇଛି।
Posted inଜାତୀୟ