ଲକ୍ଷ୍ନୌ,୨୮।୭: ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏହାକୁ ମୁଖ୍ୟତଃ ହିନ୍ଦୁମାନେ ହିଁ କରିଥାନ୍ତି। ତେବେ ଉତ୍ତରପ୍ରଦେଶର ଜଣେ ମୁସଲମାନ ଯୁବକ ବାବୁ ଖାଁ କାଉଡ଼ିଆ ସାଜିଛନ୍ତି। ବାବୁ ଖାଁଙ୍କ ଉଦ୍ୟମ ସାମ୍ପ୍ରଦାୟିକ ସଦ୍ଭାବର ଏକ ନିଆରା ଉଦାହରଣ ସାଜିଛି। ସେ କହିଛନ୍ତି ଭାରତରେ ଗୀତା-କୋରାନ୍ ଏବଂ ସବୁ ସମ୍ପ୍ରଦାୟ ସମାନ। ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କ ମଧ୍ୟରେ ଧର୍ମନିରପେକ୍ଷତା ଭାବନା ଜାଗ୍ରତ କରାଇଥାଏ। ବାଗପତ ଜିଲା ବାସିନ୍ଦା ବାବୁ ହରିଦ୍ୱାରରୁ ପାଣି ନେଇ ତାଙ୍କ ଗାଁ ଇଂଛୋଡ଼ରେ ଥିବା ଶିବ ମନ୍ଦିରରେ ଏହାକୁ ଲାଗି କରାଇବେ ବୋଲି କହିଛନ୍ତି। ବାବୁ ଦ୍ୱିତୀୟ ଥର ପାଇଁ ଏଭଳି କରୁଥିବା କହିଛନ୍ତି।
Posted inଜାତୀୟ