Categories: ଜାତୀୟ

ମୁସଲମାନ କଲେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର

ଗୁଆହାଟୀ, ୨୬।୮: ଆସାମରେ କାମରୂପ ଜିଲାରେ ଭାଇଚାରାର ଏକ ନିଆରା ଦିଗ୍‌ଦର୍ଶନ ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୁସଲମାନ ସମ୍ପ୍ରଦାୟର ଲୋକେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ରାଜକୁମାର ଗୌଡ(୬୫) ଦୀର୍ଘ ୨୫ ବର୍ଷରୁ ଅଧିକ ହେବ ମୁସଲମାନ ବ୍ୟକ୍ତି ଶୁକୁର ଅଲ୍ଲୀଙ୍କ ଘରେ ରହୁଥିଲେ। ରବିବାର ତାଙ୍କର ମୃତ୍ୟୁ ହୋଇଯିବାରୁ ଶୁକୁର ଏବଂ ସ୍ଥାନୀୟ ଲୋକେ ମିଶି ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରିଥିଲେ। ସୂଚନାଯୋଗ୍ୟ, ରାଜକୁମାରଙ୍କ ମାତାପିତାଙ୍କ ମୃତ୍ୟୁ ପରେ ସେ ଏକୁଟିଆ ଶୁକୁରଙ୍କ ଘରେ ରହୁଥିଲେ।

Share