ମୁସଲମାନ ବିବାହରେ ନିମନ୍ତ୍ରଣ ଦେଉଛନ୍ତି ଭଗବାନ ଗଣେଶ

ମିରଟ,୨୮।୨: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପା ଯାଇଛି। ଯେଉଁଥିରେ ହିନ୍ଦୁ ଦେବତା ଗଣେଶଙ୍କ ଫଟୋ ଦେଖିବାକୁ ମିଳିଛି। ଏହା ଉଭୟ ସମ୍ପ୍ରଦାୟ ପାଇଁ ଏକ ଭଲ ବାର୍ତ୍ତା ଦେଉଛି ବୋଲି ଆଲୋଚନା ହେଉଛି। ଉକ୍ତ ନିମନ୍ତ୍ରଣ ପତ୍ରରେ ଗଣେଶଙ୍କ ସହ ରାଧା କୃଷ୍ଣଙ୍କର ଫଟୋ ମଧ୍ୟ ରହିଛି। କେବଳ ସେତିକି ନୁହେଁ ଏଥିରେ ଚାନ୍ଦ ମୁବାରକ ବୋଲି ପ୍ରିଣ୍ଟ କରାଯାଇଛି। ଏହି ନିମନ୍ତ୍ରଣ ପତ୍ର ଦୁଇ ମୁସଲମାନ ପରିବାର ମଧ୍ୟରେ ତ ବନ୍ଧୁତା ସ୍ଥାପନ କରୁଛି ଏହାସହ ଦୁଇ ସମ୍ପ୍ରଦାୟ ମଧ୍ୟରେ ବି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଛି। ହସ୍ତିନାପୁରର ମହମ୍ମଦ ଶରାଫତ ତାଙ୍କ ଝିଅ ଆସମା ଖାତୁନଙ୍କ ନିକାହ ପାଇଁ ଏହି ବିଶେଷ ଧରଣର କାର୍ଡ ପ୍ରସ୍ତୁତ କରିଥିବା ଜଣାପଡିଛି। ଆଉ ଏହାକୁ ଦେଖିବା ପର ଅନେକ କହୁଛନ୍ତି ମୁସଲମାନଙ୍କ ବିବାହରେ ହିନ୍ଦୁ ଦେବତା ଗଣେଶ ନିମନ୍ତ୍ରଣ ଦେଉଛନ୍ତି। ଏହି ବିବାହ ମାର୍ଚ୍ଚ ୪ରେ ଅନୁଷ୍ଠିତ ହେବ।

Share