Categories: ଖେଳ

ମୁସ୍ତାକ ଅହମ୍ମଦ ପାକିସ୍ତାନ ସ୍ପିନ୍‌ ବୋଲିଂ ପରାମର୍ଶଦାତା

କରାଚୀ,୧୩।୧୨- ପାକିସ୍ତାନ ପୂର୍ବତନ ଟେଷ୍ଟ ଅଧିନାୟକ ମୁସ୍ତାକ ଅହମ୍ମଦଙ୍କୁ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ତାଙ୍କ ସହ ଏକବର୍ଷ ଲାଗି ଚୁକ୍ତି କରାଯାଇଛି। ସେ ପ୍ରଥମେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଅଭିଜ୍ଞ ଲେଗ୍‌ ସ୍ପିନର ୟାସିର ଶାହାଙ୍କ ସହ କାର୍ଯ୍ୟ କରିବେ। ୟାସିର ଏବେ ଫର୍ମରେ ନାହାନ୍ତି। ଗତ କିଛି ମ୍ୟାଚ୍‌ରେ ସେ ଅତ୍ୟଧିକ ରନ୍‌ ବ୍ୟୟ କରିବା ପରେ ମଧ୍ୟ ଆଖିଦୃଶିଆ ସଫଳତା ପାଇପାରିନାହାନ୍ତି। ତାଙ୍କୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଫର୍ମକୁ ଆଣିବା ମୁସ୍ତାକଙ୍କ ଦାୟିତ୍ୱ। ପିସିବି ପକ୍ଷରୁ ସ୍ପଷ୍ଟ କରିଯାଇଛି ଯେ, ମୁସ୍ତାକ ବର୍ଷରେ ୧୨୦ ଦିନ ଜାତୀୟ କ୍ରିକେଟ ଏକାଡେମୀରେ ୧୬ ଓ ୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳ ଓ ଅନ୍ୟ ଘରୋଇ ବୋଲରଙ୍କ ସହ କାର୍ଯ୍ୟ କରିବେ। ଆବଶ୍ୟକ ସ୍ଥଳେ ତାଙ୍କୁ ଜାତୀୟ ଦଳର କୋଚିଂ ଷ୍ଟାଫ୍‌ରେ ସାମିଲ କରାଯିବ। ଉଲ୍ଲେଖଥାଉ କି, ୪୯ ବର୍ଷୀୟ ମୁସ୍ତାକ ଅନ୍ତର୍ଜାତୀୟ ସ୍ତରରେ ୫୨ ଟେଷ୍ଟ (୧୮୫ ଉଇକେଟ) ଓ ୧୪୪ ଦିନିକିଆ (୧୬୧ ଉଇକେଟ) ଖେଳିଛନ୍ତି।

Share