‘ମୁସ୍‌ଲିମ୍‌ ପରିବା ବ୍ୟବସାୟୀଙ୍କୁ ସାବଧାନ’: ବିଧାୟକଙ୍କ ମନ୍ତବ୍ୟକୁ ଭାଜପା ଅଧ୍ୟକ୍ଷଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୯ା୪: ଉତ୍ତରପ୍ରଦେଶର ଦେଓରିଆ ବିଧାୟକ ସୁରେଶ ତିଓ୍ବାରୀ(୭୪) ‘ମୁସଲମାନ୍‌ ପରିବା ବ୍ୟବସାୟୀଙ୍କଠାରୁ ପରିବା କିଣନାହିଁ ଓ ସେମାନଙ୍କଠାରୁ ଦୂରେଇ ରୁହ’ ବୋଲି ସର୍ବସାଧାରଣରେ କହିବା ପରେ ଏହାକୁ ଭାଜପା ଅଧ୍ୟକ୍ଷ ଜେ.ପି.ନଡ୍ଡା ସମାଲୋଚନା କରିଛନ୍ତି। ଲକ୍‌ଡାଉନ୍‌ ପରେ ଲୋକମାନେ ବିଭିନ୍ନ ପରିବା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିବା ବେଳେ ତିଓ୍ବାରୀଙ୍କ ଏହି ମେସେଜ୍‌ ସୋସିଆଲ୍‌ ମିଡିଆରେ ଏବେ ଘୂରିବୁଲୁଛି। ଏଭଳି ମନ୍ତବ୍ୟକୁ ନେଇ ତିଓ୍ବାରୀ କିଛି ଭୁଲ୍‌ କହି ନ ଥିବା ପ୍ରକାଶ କରିଛନ୍ତି। ମୁସଲମାନ ବ୍ୟବସାୟୀମାନେ ପରିବାରେ ଲାଳ ଲଗାଇବା ନୂଆ ରୋଗୀ ସୃଷ୍ଟିକରୁଛି ବୋଲି ସେ ମତ ରଖିଛନ୍ତି। ତେବେ ଏଭଳି ବିବାଦୀୟ ମନ୍ତବ୍ୟକୁ ବରଦାସ୍ତ କରାଯିବନି ବୋଲି ନଡ୍ଡା କହିଛନ୍ତି। ଏନେଇ ପ୍ରଦେଶ ଭାଜପାକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ମନ୍ତବ୍ୟରୁ ଦୂରେଇ ରହିବା ଲାଗି ସେ ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି।

Share