କେବଳ ତେଲିଆ ତ୍ୱଚାପାଇଁ ମୁହଁରେ ନାଲି ବ୍ରଣ ହୋଇଥାଏ ବୋଲି ଅନେକଙ୍କ ଧାରଣା। ମାତ୍ର ଏହା ଭୁଲ। କୌଣସି କାରଣରୁ ଏହିପରି ହୋଇଥାଇପାରେ। ତେବେ ଆପଣଙ୍କଠାରେ ଯଦି ଏହି ସମସ୍ୟା ଦେଖାଯାଉଛି ତେବେ କିଛି ପ୍ରମୁଖ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।
– ମୁହଁକୁ ବାରମ୍ବାର ଧୋଇବା ଫଳରେ ଏହା ଭଲ ହୋଇଯାଇଥାଏ ବୋଲି ଅନେକେ କହିଥାନ୍ତି। ତେବେ ଏହା ଏକ ପ୍ରକାର ମନଗଢ଼ା କଥା। ମାତ୍ର ଏହାର ମାନେ ନୁହେଁ ମୁହଁ ଧୋଇବା ଉଚିତ ନୁହେଁ। ତେବେ ମୁହଁଙ୍କୁ ୨ ଥର ଭଲ ଫେସ୍ଓ୍ବାଶରେ ଧୋଇବା ଜରୁରୀ।
ଏହାର କୌଣସି ଚିକିତ୍ସା ନ ଥାଏ ବୋଲି ଅନେକେ ଭାବନ୍ତି । ମାତ୍ର ଆପଣ ଯଦି ଠିକ୍ ଭାବେ ଏହାର ଉପଚାର କରିବେ, ସଠିକ୍ ଜୀବନଶୈଳୀ ଆପଣାଇବେ ତେବେ ଏହା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।
ଯଦି କୌଣସି ଉପଚାର ପରେ ମଧ୍ୟ ଏହା କମ୍ ହୋଇ ନ ଥାଏ ଆସ୍ଥା ହରାଇ ଚିକିତ୍ସା ବନ୍ଦ କରନ୍ତୁ ନାହିଁ। ଅନ୍ୟ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।
କିଛି ଲୋକ ଏଥିରୁ ମୁକ୍ତିପାଇବା ପାଇଁ ମୁହଁରେ ଟୁଥ୍ପେଷ୍ଟ ଲଗାଇ ଥାନ୍ତି ମାତ୍ର ଏହା ତା’ର ସଠିକ୍ ଉପଚାର ନୁହେଁ।
ଅନେକେ ଭାବିଥାନ୍ତି ବ୍ରଣ ହୋଇଥିବା ଲୋକେ ମଶ୍ଚରାଇଜର ବ୍ୟବହାର କରିବା ଉଚିତ ହୋଇ ନ ଥାଏ । ମାତ୍ର ବାସ୍ତବରେ ତାହା ଅଧିକ ଲାଭବାନ ହୋଇଥାଏ।