ମୁହଁ ଖୋଲିଲେ ପ୍ରଭାସ, କହିଲେ ‘ଅନୁଷ୍କା କେବଳ ଜଣେ ବନ୍ଧୁ’

ମୁମ୍ବାଇ: ଚଳଚ୍ଚିତ୍ର ବାହୁବଳୀର ସଫଳତା ପରେ ବଢ଼ିଛି ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ଚାହିଦା। ଏଥିସହ ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିବା ଅନୁଷ୍କାଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଛି। ଏସବୁ ମଧ୍ୟରେ ଅନୁଷ୍କାଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି ପ୍ରଭାସ। ଉଭୟଙ୍କ ମଧ୍ୟରେ ବନ୍ଧୁତା ଛଡ଼ା ଆଉ କିଛି ନାହିଁ ବୋଲି ନିକଟରେ ସେ କହିଛନ୍ତି।

ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଛି ପ୍ରଭାସ ଓ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ସାହୋ’। ତେବେ ଅନୁଷ୍କାଙ୍କ ପାଇଁ ସେ ଫିଲ୍ମର ସ୍ପେଶାଲ ସ୍କିନିଂ ବ୍ୟବସ୍ଥା କରିଥିବା ନେଇ କୁହାଯାଉଥିଲା। ଏକ ସାକ୍ଷାତକାରରେ ଏହାକୁ ମିଛ ବୋଲି କହିଛନ୍ତି ପ୍ରଭାସ। ଆମେ କେବଳ ଭଲ ବନ୍ଧୁ। ଯଦି ସେଭଳି କିଛି ଥାନ୍ତା, କେହି ନା କେହି ଦୁଇ ବର୍ଷ ମଧ୍ୟରେ ଆମକୁ ଏକାଠି ଦେଖିଥାନ୍ତେ। କରନ୍‌ଙ୍କ ଶୋ’ରେ ମୋତେ ସମାନ ପ୍ରଶ୍ନ ପଚାରିଥିଲେ। ରାଜାମୌଲୀ ଏବଂ ରାଣା ଦଗ୍ଗୁବତୀ ଏହାର ଜବାବ ଦେଇଥିଲେ।

Share