ଭୁବନେଶ୍ୱର,୬।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଦଳରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ଦଳରେ ସର୍ବଦା ବଡ଼ଙ୍କ ସହ ସାନଙ୍କ ମଧ୍ୟ ଆବଶ୍ୟକତା ରହିଛି। ଯୁବକଙ୍କ କାମ ପୌଢ଼ କରିପାରିବେ ନାହିଁ। ଓଡ଼ିଶାରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି। ବଡ଼-ଛୋଟଙ୍କ ମଧ୍ୟରେ ସମନ୍ବୟ, ସମୀକରଣ ରହିଲେ କଂଗ୍ରେସ ଠିକ୍ ଚାଲିବ ବୋଲି ମୋକିମ କହିଛନ୍ତି।
ପ୍ରକାଶଯୋଗ୍ୟ, ପ୍ରଥମେ ଚିନ୍ତନ ବୈଠକ ଏବଂ ପରେ ନିରଞ୍ଜନଙ୍କ ବିରୋଧରେ ସମର୍ଥନ ଯୋଗାଡ଼ କରିବା ଲାଗି କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ଗତ ୪ ତାରିଖରେ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଥିଲେ। ପିସିସି ସଭାପତି ପଦ ଲାଗି ମୋକିମଙ୍କ ନାମକୁ ପ୍ରସ୍ତାବ କରିବାକୁ ନେତାମାନେ ଅନୁରୋଧ କରିଥିଲେ।