ମୁହଁ ଖୋଲିଲେ ମୌନି

ମୁମ୍ବାଇ: ଟେଲିଭିଜନ ନାୟିକା ମୌନି ରାୟ ଦୁବଇର ଜଣେ ବ୍ୟାଙ୍କର ସୁରଜ ନାମ୍ବିୟାରଙ୍କୁ ଡେଟ୍‌ କରୁଛନ୍ତି ବୋଲି କିଛିଦିନ ହେବ ଆଲୋଚନା ହେଉଥିଲା। ଏମିତିକି ମୌନି ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ସୁରଜଙ୍କ ସହ ଥାଇଲାଣ୍ଡରେ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ତାଙ୍କର ଜଣେ ବନ୍ଧୁ ସୋସିଆଲ ମିଡିଆରେ ମୌନିଙ୍କର ଏକ ଫଟୋ ଶେୟାର କରିବା ସହ ମୌନିଙ୍କ ଡେଟିଂ ସର୍ମ୍ପକରେ ସୂଚନା ଦେଇଥିଲେ। ଯାହା ନିଆଁ ଭଳି ବ୍ୟାପି ଯାଇଥିଲା। ହେଲେ କିଛି ସମୟ ପରେ ଉକ୍ତ ଫଟୋଟି ଡିଲିଟ୍‌ ହୋଇଯାଇଥିଲା। ନିକଟରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୌନି। ସେ କହିଛନ୍ତି ସୁରଜଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ମୌନି କହିଛନ୍ତି ତାଙ୍କ ବନ୍ଧୁମାନେ ଭଲଭାବେ ଜାଣିଛନ୍ତି ଯେ ସେ ଏବେ ସିଙ୍ଗଲ ଅଛନ୍ତି। ଏହାସହ ଏବେ ସେ ତାଙ୍କ କ୍ୟାରିୟରକୁ ଶହେ ପ୍ରତିଶତ ସମୟ ଦେବାକୁ ଚାହାଁନ୍ତି। ସବୁଠାରୁ ବଡ କଥା ହେଲା ମୌନି ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ସବୁବେଳେ ଅଲଗା ରଖିବାକୁ ଚାହାଁନ୍ତି। ତେଣୁ ସେ କହିଛନ୍ତି ସେ ଏମିତି ଏକ ଜୀବନସାଥି ବାଛିବେ ଯେ ତାଙ୍କ ପାଇଁ ସବୁ ଦୃଷ୍ଟିରୁ ପରଫେକ୍ଟ ହୋଇଥିବେ। ହେଲେ ଏବେ ସେ ସେମିତି କିଛି ଚିନ୍ତା କରି ନ ଥିବା ସ୍ପଷ୍ଟ କରିଛନ୍ତି।

Share