ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌ ଅବସରରେ ସାରା ଓ କାର୍ତ୍ତିକ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଦୁଇ ଜଣ ନିଜ ମୁହଁକୁ କପଡାରେ ବାନ୍ଧିବା ସହ ମସ୍‌ଜିଦ୍‌ ବାହାରେ ଇଦ୍‌ ପାଳୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ କାର୍ତ୍ତିକଙ୍କ ପ୍ରତି ସାରାଙ୍କ କ୍ରସ ଥିବା ବେଳେ ବହୁ ଥର ୨ ଜଣ ଏକାଠି ନଜର ଆସିଥାନ୍ତି। ଦୁଇ ଜଣ ଏବେ ଏକାଠି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ଅପ୍‌ କମ୍‌ିଂ ଫିଲ୍ମ ‘ଲଭ ଆଜ କଲ୍‌-୨’ର ନଜର ଆସିବେ ସାରା-କାର୍ତ୍ତିକ।

Share