ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କଲେ ସାରା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଏବେ ବିଦେଶରେ ଛୁଟି କାଟୁଛନ୍ତ। ନ୍ୟୁୟର୍କରେ ସେ ଏବେ ତାଙ୍କ ଗର୍ଲ ଗ୍ୟାଙ୍ଗ ସହ ଛୁଟି କାଟୁଥିବା ଦେଖାଯାଇଛି। ଏତିକି ବେଳେ ସେ ମେଟ୍ରୋରେ ମୁହଁ ଲୁଚାଇ ଯାତ୍ରା କରୁଥିବାର ଫଟୋ ଭାଇରାଲ ହୋଇଛି। ପ୍ରକୃତ ଘଟଣା ହେଲା ସେ ଛୁଟି କାଟୁଥିବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଆଉ ଏହା ତାଙ୍କ ଫ୍ୟାନମାନଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏବେ ମୋଟ୍ରୋରେ ଯାତ୍ରା କରୁଥିବା ଫଟୋଟି କିନ୍ତୁ ସବୁଠୁ ବେଶି ଚର୍ଚ୍ଚା ସାଉଁଟିଛି। ଏହା ସାରାଙ୍କ ପିଲାଳିଆମି ବୋଲି ମଧ୍ୟ କେହି କେହି କହୁଛନ୍ତି। ବଲିଉଡ୍‌ ମୁଭି ‘କେଦାରନାଥ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଆଗକୁ ସେ ଆଜକଲର ସୁକ୍ୟୁଏଲରେ ନଜର ଆସିବେ ବୋଲି ଜଣାପଡିଛି।

Share