Categories: ରାଜ୍ୟ

ମୂଲ୍ୟବାନ କାଠପଟା ଜବତ

ଓଡଗାଁ, ୨୫।୭(ସ୍ବ.ପ୍ର): ଓଡଗାଁ ବନାଞ୍ଚଳ ଅଧିନସ୍ଥ ମଗରବନ୍ଧ ଗଁାରେ ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ବନବିଭାଗ ଚଢ଼ାଉ କରିଛି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଉକ୍ତ ଗଁାର ତ୍ରିନାଥ ନାୟକଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଓ ପଟା ଜବତ କରାଯାଇଛି। ଏହି କାଠର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଜବତ କାଠର ମାପଚୁପ ଚାଲିଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ ତ୍ରିନାଥଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Share