ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। କମ୍‌ ସଂଖ୍ୟକ ଭେଣ୍ଟିଲେଟର ଥିବାରୁ ବହୁ ବିକଶିତ ଦେଶରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଭେଣ୍ଟିଲେଟର ଦାମ୍‌ ଅଧିକ ରହୁଥିବାରୁ ଏହାକୁ ଅଧିକ ସଂଖ୍ୟକ କିଣିବା ସମ୍ଭବ ହୋଇ ପାରୁନାହିଁ। ଏପରିସ୍ଥଳେ ମୂଳ ଭାରତୀୟ ଦମ୍ପତି ଦେବେଶ ରଞ୍ଜନ ଏବଂ କୁମୁଦା ରଞ୍ଜନ ଏକ ଶସ୍ତା ଭେଣ୍ଟିଲେଟର ତିଆରି କରିଛନ୍ତି। ଏହାର ଦାମ ସାଢ଼େ ୭ ହଜାର ଟଙ୍କା ରହିଛି। ଅପରପକ୍ଷରେ ଆମେରିକାରେ ଭେଣ୍ଟିଲେଟର ଦାମ ସାଢ଼େ ୭ ଲକ୍ଷରୁ ଅଧିକ ରହିଛି। ଦେବେଶ ଜର୍ଜିଆର ଜର୍ଜ ଡବ୍ଲ୍ୟୁ ଓ୍ବଡରଫ୍‌ ମେକାନିକାଲ ଇଞ୍ଜିନିୟରିଂ ସ୍କୁଲରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବାବେଳେ କୁମୁଦା ଆଟଲାଣ୍ଟାରେ ଡାକ୍ତର ଅଛନ୍ତି। ସେମାନେ ୩ ସପ୍ତାହ ମଧ୍ୟରେ ଏହି ଭେଣ୍ଟିଲେଟର ତିଆରି କରିଛନ୍ତି। ଦେବେଶ ବିହାରର ପାଟନା ବାସିନ୍ଦା ହୋଇଥିବାବେଳେ କୁମୁଦା ତାମିଲନାଡୁର ତ୍ରିଚିର ବାସିନ୍ଦା।

Share