ମେଲବୋର୍ନ,୨୮।୬: ଭାରତୀୟ ମୂଳ ବାସିନ୍ଦା ୨୬ ବର୍ଷୀୟା ପ୍ରିୟା ସେର୍ରଓ୍ବ ‘ମିସ୍ ୟୁନିଭର୍ସ ଅଷ୍ଟ୍ରେଲିୟା ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ୨୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରିୟା ଏହି ସଫଳତା ପାଇଛନ୍ତି। ଆସନ୍ତା ବର୍ଷହେବାକୁ ଥିବା ମିସ୍ ୟୁନିଭର୍ସ କମ୍ପିଟିଶନରେ ପ୍ରିୟା ଅଷ୍ଟ୍ରେଲିୟାରୁ ପ୍ରତିନିଧିତ୍ୱ କରିବେ। ମିସ୍ ୟୁନିଭର୍ସ ଅଷ୍ଟ୍ରେଲିୟା ଓ୍ବେସାଇଟ୍ର ସୂଚନା ଅନୁଯାୟୀ, ପ୍ରିୟାଙ୍କ ଜନ୍ମ କର୍ନାଟକର ବେଲମାନ୍ନୁରେ ହୋଇଥିବା ବେଳେ ତାଙ୍କର ପାଳନ ପୋଷଣ ମିଡଲ୍ ଇଷ୍ଟରେ ହାଇଛି। ମାତ୍ର ୧୧ ବର୍ଷ ବୟସରେ ସେ ନିଜ ପରିବାର ସହ ଅଷ୍ଟ୍ରେଲିୟା ଚାଲି ଯାଇଥିଲେ। ଆଇନରେ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।