Categories: ଜାତୀୟ

ମୂଷାଗାତ ନଦୀବନ୍ଧକୁ କରୁଛି ଦୁର୍ବଳ: ପଦକ୍ଷେପ ନେବାକୁ ଏସ୍‌ଡିଏମ୍‌ ଦେଲେ ନିର୍ଦ୍ଦେଶ

ପାଟନା,୨୧।୭: ବିହାର ପଶ୍ଚିମ ଚମ୍ପାରଣରେ ପିପରା-ପିପରାସିଠାରେ ଗଣ୍ଡକ ନଦୀର ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏଠାରେ ନଦୀବନ୍ଧରେ ମୂଷାଗାତ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାର ମରାମତି କରା ନ ଗଲେ ବନ୍ୟା ହେବାର ଆଶଙ୍କା ଥିବା କୁହାଯାଉଛି। ନଦୀବନ୍ଧ ଅଞ୍ଚଳରେ ଜବରଦଖଲ ରହିଥିବାରୁ ମୂଷାଙ୍କ ସଂଖ୍ୟା ବଢୁଥିବା କୁହାଯାଉଛି। ଜବର ଦଖଲ ହଟାଇବା ସହିତ ମୂଷା ଗାତରେ ଶୀଘ୍ର ମାଟି ଭରିବା ପାଇଁ ସ୍ଥାନୀୟ ଏସ୍‌ଡିଏମ୍‌ ବିଜୟ ପ୍ରକାଶ ମିଣା ନିର୍ଦ୍ଦେଶ ଜାରି କରିଛନ୍ତି। ନଦୀରେ ବନ୍ୟା ଆସିବାରୁ କେତେକ ସ୍ଥାନରେ ମୂଷା ଗାତ ଦେଇ ବନ୍ୟା ଜଳ ଝରୁଥିବା ଦେଖାଯାଇଥିଲା। ଏନେଇ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଯାଇଥିଲା। ଏହି ନଦୀବନ୍ଧ ଭାଙ୍ଗିଲେ ବିହାର ସମେତ ଉତ୍ତରପ୍ରଦେଶର ବହୁ ଗାଁ ବନ୍ୟା ଜଳରେ ବୁଡ଼ିଯିବାର ଆଶଙ୍କା ଦେଖାଦେଇଛି। ପୂର୍ବରୁ ମୂଷାଗାତ ଯୋଗୁ ୨୦୧୨-୧୩ରେ ତିନ୍‌ଫେଡ଼ିଆ ନିକଟରେ ବନ୍ଧ ଭାଙ୍ଗିଥିଲା। ସେହିପରି ୨୦୧୭ରେ ମଧ୍ୟ ମୂଷାଗାତ ଯୋଗୁ ଚନ୍ଦରପୁର ନିକଟରେ ଥିବା ଦୁଲାରୀଠାରେ ନଦୀବନ୍ଧ ଭାଙ୍ଗିଥିଲା।

Share