Categories: ଫୁରସତ

ମୂଷାଙ୍କ ପାଇଁ ପାଇଜାମା ଓ ମ୍ୟାଟ୍ରେସ୍‌

ପେଟ୍‌ ଭିତରେ ଅନେକେ ମୂଷା ବି ରଖନ୍ତି। ତାଙ୍କର ଯତ୍ନ ନିଅନ୍ତି, ଖାଇବାକୁ ଦିଅନ୍ତି ଓ ପଞ୍ଜୁରିରେ ରଖନ୍ତି। ତେବେ ନିକଟରେ ଜଣେ ମହିଳା ପୋଷା ମୂଷାଙ୍କ ପାଇଁ ତିଆରି କରିଛନ୍ତି ସୁନ୍ଦର ପାଇଜାମା। ତା’ସହ ସେମାନଙ୍କ ଆରାମ ପାଇଁ ତିଆରି କରିଛନ୍ତି ପାଇଜାମା ସହ ମ୍ୟାଚିଂ ମ୍ୟାଟ୍ରେସ୍‌। ଏହି କଲେକ୍ସନ ସେ ତାଙ୍କ ପ୍ରିୟ ମୂଷା ‘ଡନକାନ୍‌’, ଯେକି ନିକଟରେ ମୃତ୍ୟୁବରଣ କରିଛି ତାକୁ ଉତ୍ସର୍ଗୀକୃତ କରି ତିଆରି କରିଛନ୍ତି। ମୂଷାଟି ହିଁ ପ୍ରଥମେ ସାଜିଥିଲା ତାଙ୍କ ମଡେଲ୍‌। ମୂଷାଙ୍କ ପାଇଁ ତିଆରି ତାଙ୍କର ଏହି କଲେକ୍ସନର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଉଛି।

Share