ମୂଷା ଆଙ୍କିଲା ଚିତ୍ର: ୯୨ ହଜାରରେ ହେଲା ବିକ୍ରି

ମାଞ୍ଚେଷ୍ଟର,୨୩।୫: ମଣିଷ ଚିତ୍ର ଆଙ୍କିଥାଏ। ଏହାଦ୍ୱାରା ସୃଜନଶୀଳତା ପ୍ରକାଶିତ ହୋଇଥାଏ। ତେବେ ମୂଷା ଚିତ୍ର ଆଙ୍କିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଇଂଲଣ୍ଡର ମାଞ୍ଚେଷ୍ଟରରେ ଗସ୍‌ ନାମକ ଏକ ମୂଷା ଚିତ୍ର ଆଙ୍କି ସଭିଙ୍କୁ ଆଶ୍ଚର୍ଯ୍ୟାନିତ୍ୱ କରିଛି। ଗସ୍‌ ଆଙ୍କିଥିବା ଚିତ୍ର ୯୨ ହଜାର ଟଙ୍କା(୧,୦୦୦ ପାଉଣ୍ଡ୍‌)ରେ ବିକ୍ରି ହୋଇଛି। ଗସ୍‌ ପାଦକୁ ରଙ୍ଗରେ ବୁଡ଼ାଇ କାନଭାସ୍‌ରେ ଉପରେ ଛିଡା ହୋଇ ଏହି ଚିତ୍ର କରିଛି। ବାରମ୍ବାର ଏଭଳି କରିବା ଦ୍ୱାରା କାନଭାସ୍‌ରେ ସୁନ୍ଦର ଚିତ୍ର ସୃଷ୍ଟି ହୋଇଥିତ୍ବା ଗସ୍‌ର ମାଲିକ ୧୯ ବର୍ଷ ବୟସ୍କା ଜେସ୍‌ ଇଣ୍ଡସେଥ୍‌ କହିଛନ୍ତି। ଗସ୍‌ ଚିତ୍ର ଆଙ୍କୁଥିବାର ଏକ ମିନିଟ୍‌ ୩ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଏବେ ତାଙ୍କ ମୂଷା ସାରା ପୃଥିବୀରେ ଛୋଟ ଚିତ୍ରକର ଭାବେ ଖ୍ୟାତି ହାସଲ କରିପାରିଥିବା ଜେସ୍‌ କହିଛନ୍ତି।

Share