Categories: ଜାତୀୟ

ମୂସାଙ୍କ ଜାଗା ନେଲେ ହାରୁନ ଆବାସ୍‌

ଶ୍ରୀନଗର, ୭।୬: ଆତଙ୍କବାଦୀ ସଂଗଠନ ଅଲକାଏଦାର କଶ୍ମୀର ୟୁନିଟ୍‌ କମାଣ୍ଡର ମୂସା ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ପରେ ତାଙ୍କ ସ୍ଥାନରେ ହାରୁନ ଆବାସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଗୃହ ମନ୍ତ୍ରଣାଳୟକୁ ମିଳିଥିବା ତଥ୍ୟ ମୁତାବକ, ଅଲକାଏଦା କଶ୍ଚୀର ଛଡା ପଞ୍ଜାବରେ ମଧ୍ୟ କାୟା ବିସ୍ତାର ପାଇଁ ଚେଷ୍ଟା ଚଳାଇଛି। ଅନସାର ଗଜଓ୍ବତ ଉଲ ହିନ୍ଦ୍‌ ବୁଧବାର ୧୨ମିନିଟର ଏକ ଭିଡିଓ ଜାରି କରି ଅବଦୁଲ ହମିଦ ଲଲହାର ଓରଫ ହାରୁନ ଆବାସ୍‌ଙ୍କୁ ମୂସାଙ୍କ ସ୍ଥାନ ଦିଆଯାଇଛି ବୋଲି କୁହାଯାଇଛି। ଏକ ଅଡିଓ ଜରିଆରେ ଗାଜି ଇବ୍ରାହିମ୍‌ ଖାଲିଦଙ୍କୁ ହାରୁନଙ୍କ ଡେପୁଟି ଭାବେ ନିଯୁକ୍ତ କରାଯାଇଛି ବୋଲି ଅଲକାଏଦାର ପ୍ରବକ୍ତା ଅବୁୁ ଉବୈଦା କହିଛନ୍ତି।

Share