ମୃତକଙ୍କ ଆଖି କାଢ଼ିନେବା ଘଟଣା: ମାମଲା ରୁଜୁ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ, ୧୭ା୧୧- ପରିବାର ଲୋକଙ୍କ ଅଜାଣତରେ ଚକ୍ଷୁ ଦାନ କରିବା ଲାଗି କାଗଜପତ୍ରରେ ଦସ୍ତଖତ କରାଇ ନେଇ ମେଡିକାଲରେ ଜଣେ ମୃତବ୍ୟକ୍ତିଙ୍କ ଦୁଇ ଆଖି କାଢି ନିଆଯିବା ଘଟଣା ସମ୍ପର୍କରେ ଅଭିଯୋଗ ପାଇ ଭଦ୍ରକ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇଛି। ସ୍ଥାନୀୟ ପୌରାଞ୍ଚଳ ଅଧୀନ ବାଗୁରାଇ ଆଦିବାସୀ ସାହିସ୍ଥିତ ମୃତକ ନଣ୍ଡା ଗାଗାରାଇଙ୍କ ଘରକୁ ଶନିବାର ରାତିରେ ପୋଲିସ ଯାଇ ଏ ସମ୍ପର୍କରେ ପରିବାର ଲୋକ, ଗ୍ରାମବାସୀ, ମୃତଦେହ ପୋଡିବାକୁ ଯାଇଥିବା ସମ୍ପର୍କୀୟଙ୍କ ବୟାନ ରେକର୍ଡ କରି ଫେରିଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଖି କାଢିନେବା ଅଭିଯୋଗରେ ପକ୍ଷଭୁକ୍ତ ହୋଇଥିବା କଟକ ଏସ୍‌ସିବି ମେଡିକାଲ ଓ ଭୁବନେଶ୍ୱରର ଏକ ଚକ୍ଷୁ ଚିକିତ୍ସାଳୟକୁ ଯାଇ ତଦନ୍ତ କରିବ ବୋଲି ଟାଉନ ଥାନାଧିକାରୀ ସରୋଜିନୀ ସିଂ ସୂଚନା ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଭଦ୍ରକର ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ଟୁଇଟର୍‌ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିବା ପରେ ଆଇଜି ଏହାର ପ୍ରତ୍ୟୁତ୍ତରରେ ଭଦ୍ରକ ଏସ୍‌ପିଙ୍କୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବା ସକାଶେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୂଚନା ମୁତାବକ ବାଗୁରାଇ ଆଦିବାସୀ କଲୋନୀର ବୀର ଗାଗାରାଇ ଓରଫ୍‌ ନଣ୍ଡା ଗତ ୭ ତାରିଖରେ ବିଷପିଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଚିକିସତ୍ା ନିମନ୍ତେ ଭଦ୍ରକ ମୁଖ୍ୟ ଚିକିସତ୍ାଳୟକୁ ନେଇଥିଲେ। ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଗତ ୮ ତାରିଖରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଥିଲା। ସେଠାରେ ୩ ଦିନ ଚିକିତ୍ସିତ ହେବା ପରେ ବୀରଙ୍କର ମୃତ୍ୟୁ ଘଟିଥିଲା। ଗତ ୧୧ ତାରିଖରେ ବୀରଙ୍କ ମୃତ୍ୟୁ ହେବାପରେ ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇ ମୃତଦେହ ବ୍ୟବଚ୍ଛେଦ କରାଇ ସନ୍ଧ୍ୟାରେ ଘରକୁ ଆଣିଥିଲେ। ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆୟୋଜନ କରାଯିବା ସମୟରେ ବୀରଙ୍କର ଦୁଇଟି ଆଖି ନ ଥିବା ପରିବାର ଲୋକେ ଓ ଗାଁ ଲୋକେ ଦେଖିଥିଲେ। ସେମାନେ ଅନ୍ତ୍ୟେଷ୍ଟିକ୍ରିୟା ସାରି ମେଡିକାଲରୁ ଆଣିଥିବା କାଗଜପତ୍ର ଗାଁ ଲୋକଙ୍କୁ ଦେଖାଇବାରୁ ସେଥିରେ ଭୁବନେଶ୍ୱରର ଚକ୍ଷୁ ଚିକିତ୍ସାଳୟକୁ ଏହା ଦାନ କରାଯାଇଥିବାର ଏକ ରସିଦ୍‌ରେ ଉଲ୍ଲେଖ ରହିଥିବା ଦେଖିଥିଲେ ଗାଁ ଲୋକେ। ପରିବାର ଲୋକେ ଏଥିରେ ହତବାକ୍‌ ହୋଇ ଶୁକ୍ରବାର ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ପୋଲିସ ଏକ ମାମଲା (ନଂ ୩୪୫/୧୯) ରୁଜୁ କରି ଏ ନେଇ ତଦନ୍ତ ଚଳାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ