ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ

ଦାରିଙ୍ଗବାଡ଼ି, ୨୬।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ମୃତ ଲୋକଙ୍କ ନାମରେ ହଜାର ହଜାର ଟଙ୍କା ଚଳୁ କରାଯାଇଥିବା ଘଟଣା ପଦାକୁ ଆସିଛି। ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି ମୃତ ଲୋକଙ୍କ ନାମରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଭତ୍ତା ଟଙ୍କା ହଡ଼ପ କରୁଥିବା ଜଣାପଡିଛି। ଏନେଇ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଅଭିଯୋଗ କରିବା ପାଇଁ ବାରମ୍ବାର ଯାଉଥିଲେ ସୁଦ୍ଧା କାର୍ଯ୍ୟାଳୟ ବନ୍ଦ ଯୋଗୁ ଫେରି ଆସୁଛନ୍ତି। ସ୍ବାଧୀନତା ଦିବସ ଦିନ ସ୍ବତନ୍ତ୍ର ଗ୍ରାମସଭାରେ ଏସମ୍ପର୍କରେ ଅଭିଯୋଗ ହେବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏ ଅର୍ଥ ଦିଆଯିବା ବଦଳରେ ୧ହଜାର ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ମଧ୍ୟ ଆଜିସୁଦ୍ଧା ବଳକା ଅର୍ଥ ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇନାହିଁ। ସେହିପରି ପ୍ରାୟ ୧୫ଜଣ ମୃତକଙ୍କ ନାମରେ ହଜାର ହଜାର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତ ତେରାବାଡ଼ି ଗ୍ରାମର ଗୋପୀନାଥ ନାୟକଙ୍କର ଗତ ଡିସେମ୍ବର ୨୦୧୮ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାମରେ ଆଜି ପର୍ଯ୍ୟନ୍ତ ୨୧ଶହ ଟଙ୍କା ଉଠାଯାଇଛି। ସେହିପରି ସେହି ଗ୍ରାମର ଆକାଶ ପ୍ରଧାନ ଚଳିତ ଜୁଲାଇ ୯ରୁ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ନାମରେ ୫ଶହ, ସୁଲୁମାହା ଗ୍ରାମର ଡୁଏଲ ପ୍ରଧାନ ୨୦୧୮ ମେ’ରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ନାମରେ ଆଜି ସୁଦ୍ଧା ୨୬ ଶହ ଟଙ୍କା ଉଠାଯାଇଛି। ଦଣ୍ଡିମାର ରୋହିଣି ସାହୁଙ୍କର ଚଳିତ ଫେବୃୟାରୀରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାମରେ ୧୫ ଶହ ଓ ସୁଧୀର ବଳିଆରସିଂଙ୍କ ମଧ୍ୟ ଫେବୃୟାରୀରେ ମୃତ୍ୟୁ ହୋଇସାରିଥିଲେ ମଧ୍ୟ ତାଙ୍କ ନାମରେ ୧୫ଶହ ଟଙ୍କା ଉଠାଯାଇଛି ା
ସେହିପରି ଡିପୁମାହା ଗ୍ରାମର ଦୁବନ୍ତି ପ୍ରଧାନ, ଟକରମାଲା ଗ୍ରାମର ପସୁଙ୍ଗା ପ୍ରଧାନ, କସିରା ପ୍ରଧାନଙ୍କ, ପୂଜୁରା ପ୍ରଧାନଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଇଛି। ପାଙ୍ଗେରାହା ଗ୍ରାମର ଲାସିରା ପ୍ରଧାନ, ରୁବେନ ପ୍ରଧାନ, ଶ୍ରାନିକେତା ଗ୍ରାମର ରାଣିବତୀ ପ୍ରଧାନ, ମଙ୍ଗୁଳୁ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଭତ୍ତା ଟଙ୍କା ଉଡାଇ ହଡପ କରାଯାଇଛି। ସୁଶିଳା ସାହୁଙ୍କ ନାମରେ ଦୁଇଟି ଭତ୍ତା କାର୍ଡ଼ କରାଯାଇ ତାଙ୍କୁ ଗୋଟିଏ କାର୍ଡ଼ରୁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ନକଲି କାର୍ଡ଼ର ଅର୍ଥ ହଡ଼ପ କରାଯାଉଥିବା ସାମାଜିକ ସସୀକ୍ଷା ବେଳେ ଧରାପଡ଼ିଛି ା ଏହି ତଥ୍ୟ ଗ୍ରାମ୍ୟ ରିସୋର୍ସ ପର୍ସନମାନେ ପ୍ରଶାସନକୁ ଦେଇଥିବା ଜଣାପଡ଼ିଛି ା
ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶନ୍ନ କହଁରଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାକୁ ସ୍ବୀକାର କରିବାସହ କେତେଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସେ ଜାଣି ନ ଥିବାବେଳେ ତାଙ୍କ ଭତ୍ତା ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ଶୀଘ୍ର ଉକ୍ତ ଟଙ୍କା ସେ ପଞ୍ଚାୟତ ଖାତାରେ ଜମା କରିବେ ବୋଲି କହିଛନ୍ତି। ସୁଶିଳା ସାହୁଙ୍କ ନାମରେ ୨ଟି କାଡ ନେଇ ପଚାରିବାରୁ ସେ ଏହାକୁ ମଧ୍ୟ ସ୍ବୀକାର କରିଥିଲେ ଓ ଭୁଲ୍‌ରେ ଦୁଇଟି କାର୍ଡ଼ ହୋଇଥିବା ସେ କହିଛନ୍ତି ା ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳୁ ନ ଥିବାବେଳେ ମୃତକଙ୍କ ନଁାରେ ଭତ୍ତା ଟଙ୍କା ହଡପ କରାଯାଉଛି। ଜିଲା ଦୁର୍ନୀତି ନିବାରଣ ବିଭାଗ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

ମୋହନା,୧୬।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image