ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭେଟିବା ସହ ସେମାନଙ୍କୁ ସମବେଦନା ଜଣାଇଛନ୍ତି ା ସପ୍ତମ ଶ୍ରେଣୀର ମୃତ ଛାତ୍ର ଧନଞ୍ଜୟ ଜେନାଙ୍କ ପିତା ଲକ୍ଷ୍ମୀକାନ୍ତ, ରାଜେଶ ସାହୁଙ୍କ ପିତା କମଳାକାନ୍ତଙ୍କୁ ରବିବାର ଅପରାହ୍ନରେ ଭେଟି ଆଶ୍ୱାସନା ଦେବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଥିଲେ ା ସେହିଭଳି ଶୁକ୍ରବାର ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ତରଫରୁ ପ୍ରତ୍ୟେକ ମୃତଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅର୍ଥ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ା ରବିବାର ସନ୍ଧ୍ୟାରେ କୁପାରୀଠାରେ ରଟିଣା ଗ୍ରାମବାସୀ ଓ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ବୈଠକ ବସି ଆଲୋଚନା ପରେ ଏହି ନିଷ୍ପତ୍ତ ନିଆଯାଇଥିଲା ା ବ୍ଲକ ଶିକ୍ଷାଧିକାରୀ ଧରଣୀଧର ମହାପାତ୍ରଙ୍କ ତରଫରୁ ସେଦିନର ଘଟଣା ସମ୍ପର୍କରେ ଏକ ରିପୋର୍ଟ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଯାଇଛି। ଏଥିସହିତ ଶିକ୍ଷକମାନଙ୍କୁ ବଦଳି କରାଯିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସେପଟେ ପ୍ରଧାନଶିକ୍ଷକ ରମାକାନ୍ତ ଶତପଥୀ ଅସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

Share