ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା ଅର୍ଥ ବାବଦରେ ବର୍ତ୍ତନା ସେବା ସମବାୟ ସମିତି ତରଫରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ସମିତିର ସମ୍ପାଦକ ଅକ୍ଷୟ ରାଉତଙ୍କ ପୌରୋହତ୍ୟରେ ଆୟୋଜିତ ସଭାରେ ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ବ୍ୟାଙ୍କର ଖଇରା ଶାଖା ପରିଚାଳକ ସଞ୍ଜୟ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ମାତ୍ର ୮୯ଟଙ୍କା ବାର୍ଷିକ ପ୍ରମିୟମ ଦେଇ ବୀମା ଉପକାରିତା ନେବାକୁ ପରାମର୍ଶ ଦେଇଥିଲେ ା ପ୍ରତ୍ୟେକ ଚାଷୀ ଯେଭଳି ଏଥିପ୍ରତି ଯନତ୍ବାନ ହେବେ ସେଥିଲାଗି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ବୋର୍ଡ ସଭ୍ୟ ଶଙ୍କର୍ଷଣ ଜେନା, ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଶାଖା ପରିଚାଳକ ମହାନ୍ତି ମୃତା ଚାଷୀଙ୍କ ପୁଅ ସ୍ନେହାଦିତ୍ୟ ପାଢୀଙ୍କୁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ।