Categories: ରାଜ୍ୟ

ମୃତଦେହରୁ ଆଖି ଗାଏବ: ଅନୁଗୋଳ ସିଡିଏମ୍‌ଓ ଅଫିସ ଆଗରେ ଧାରଣା

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ଥିବା ମୃତଦେହରୁ ଆଖି ଗାଏବ ହୋଇଯାଉଛି। ଗତ ୪ ଦିନ ମଧ୍ୟରେ ଏପରି ୨ଟି ଘଟଣା ସମ୍ମୁଖକୁ ଆସିଛି। ମଙ୍ଗଳବାର ଏକ ମୃତଦେହରୁ ଆଖି ଗାଏବ ହୋଇଯାଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାର ପ୍ରତିବାଦରେ ମୃତକଙ୍କ ପରିବାର ଲୋକେ ସିଡିଏମ୍‌ଓଙ୍କ ଅଫିସ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି।
ପ୍ରକାଶ ଯେ, ଜରପଡ଼ା ଥାନା ଅନ୍ତର୍ଗତ କୁଶକୀଳା ଗ୍ରାମର ଜମ୍ବେଶ୍ୱର ନାଏକ ନାମକ ଜଣେ ବ୍ୟକ୍ତିଙ୍କର ସାମବାର ରାତିରେ ଛେଣ୍ଡିପଦା ରାସ୍ତାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଥିଲା। ମଙ୍ଗଳବାର ବ୍ୟବଚ୍ଛେଦ ପୂର୍ବରୁ ମୃତଦେହର ଡାହାଶ ପଟ ଆଖି ନ ଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ ପରିସ୍ଥିତିରେ ଶବାଗାରରୁ ମୃତଦେହରୁ ଆଖି ଗାଏବ ହୋଇଛି ତାହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share