ମୃତଦେହ ସଂସ୍କାର ଗୃହରେ ଜନ୍ମଦିନ ପାଳନ କଲେ ଯୁବକ: କେକ୍‌ କାଟି ଖୁଆଇଲେ

ନାସିକ୍‌,୧୯।୧୧: ମହାରାଷ୍ଟ୍ର ନାସିକ୍‌ରେ ଜଣେ ଯୁବକ ମୃତଦେହ ସଂସ୍କାର ଗୃହରେ ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି। ରାତି ୧୨ଟା ପରେ ସ୍ଥାନୀୟ ନିପାଦ୍‌ ଅଞ୍ଚଳର ଚାନ୍ଦୋରି ଗାଁରେ ଥିବା ମୃତଦେହ ସଂସ୍କାର ପାଇଁ ଉଦ୍ଧିଷ୍ଟ ବୈଦ୍ୟୁତିକ ଚୁଲା ଗୃହ ନିକଟରେ ସୋମନାଥ କୋଟମେ ସାଙ୍ଗମାନଙ୍କ ସହିତ ନିଜର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ଏଥିଲାଗି ତାଙ୍କ ସାଙ୍ଗମାନଙ୍କୁ ସେ କେକ୍‌ କାଟି ଖୁଆଇଛନ୍ତି। ରାତି ୧୨ଟାରେ ଯୁବକମାନଙ୍କ ପାଟିତୁଣ୍ଡ ଶୁଣି ଲୋକେ ଘରୁ ବାହାରକୁ ଆସି ମୃତଦେହ ସଂସ୍କାର ଗୃହ ନିକଟରେ ଜନ୍ମଦିନ ପାଳନ କରାଯାଉଥିବା ଦେଖିଥିଲେ। ଏଭଳି ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share