Advertisement

ମୃତଦେହ ସତ୍କାର ଲାଗି ମହିଳାଦେଲେ ଚାରିକାନ୍ଧ

ବରଗଡ଼ ଅଫିସ,୮।୩: ସାରା ବିଶ୍ୱରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବା ବେଳେ ବରଗଡ଼ ସହରର ମହିଳାମାନେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅମ୍ବାପାଲିର ଏକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜଣେ ବ୍ୟକ୍ତିଙ୍କ ମୃତଦେହ ସତ୍କାର କରିଛନ୍ତି।
ପ୍ରାପ୍ତ ସୂଚନାନୁଯାୟୀ, ୬ଦିନ ତଳେ ବରଗଡ଼ ପୌରପରିଷଦ ଅଧୀନ ଅମ୍ବାପାଲିର ଲକ୍ଷ୍ମଣ କୁଅଁର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭୀମ୍‌ସାର, ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ରବିବାର ମୃତଦେହ ତାଙ୍କ ଗ୍ରାମକୁ ଅଣାଯାଇଥିଲା। ମୃତକଙ୍କ ୪ ଝିଅ ଅବିବାହିତା ଥିବାବେଳେ ପୁଅ ନାହାନ୍ତି। ଫଳରେ ଅଞ୍ଚଳର ଏସ୍‌ଏଚ୍‌ଜି ମହିଳାମାନେ ଏକାଠି ହୋଇ ମୃତଦେହ ସତ୍କାର ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ମହିଳାମାନେ ମୃତଦେହକୁ କାନ୍ଧରେ ବୋହି ଜୀରାନଦୀ କୂଳ ସ୍ବର୍ଗଦ୍ୱାର (ଶ୍ମଶାନ)କୁ ନେଇଥିଲେ। ସେଠାରେ ମୃତକଙ୍କ ବଡ଼ଝିଅ ମନୀଷା ମୁଖାଗ୍ନି ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share