ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାଠାରେ ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ଯୋଗ ଦେଇଥିବା ବେଳେ ଜିଲା ମୁଖ୍ୟ କୃଷି ଅଧିକାରୀ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରତାପ କୁମାର ଦାସ, ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଅଶୋକ କୁମାର ତ୍ରିପାଠୀ, ଜିଲା କୃଷି ଅଧିକାରୀ କୈଳାଶ ଚନ୍ଦ୍ର ସ୍ବାଇଁ, କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ସମୀର ରଞ୍ଜନ ଦାସ, ବୈଜ୍ଞାନିକ ନିଗମାନନ୍ଦ ବେହେରା, ବୈଜ୍ଞାନିକ ସୌମ୍ୟ ରଞ୍ଜନ ପାତ୍ର ଯୋଗ ଦେଇଥିଲୋ ବିଭାଗୀୟ ଅଧିକାରୀ ଏବଂ ବୈଜ୍ଞାନିକ ଓ ମୁଖ୍ୟ ଅତିଥି ନିଜ ନିଜ ବକ୍ତବ୍ୟରେ କୃଷି କ୍ଷେତ୍ରରେ ସ୍ବାବଲମ୍ବୀ ମାଲକାନଗିରି ଜିଲାରୁ ରାଜ୍ୟ ବାହାରକୁ ବିଭିନ୍ନ ଖାଦ୍ୟ ଶସ୍ୟ ଏବଂ ପନିପରିବା ରପ୍ତାନି କରୁଥିବାରୁ ଉପସ୍ଥିତ ତିନିଶହ ଉର୍ଦ୍ଧ୍ୱ ପୁରୁଷ ଏବଂ ମହିଳା କୃଷକମାନଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। ଏହାସହ ମୃତ୍ତିକା ବିନା ଶସ୍ୟ ଉତ୍ପାଦନ ଅସମ୍ଭବ ଏବଂ ଏହାର ସଂରକ୍ଷଣ ଉପରେ ସମ୍ମିଳନୀରେ ଆଲୋଚନା ହୋଇଥିଲା।