ମୃତ୍ୟୁକୁ ଭୟ କରୁଥିଲେ ସୁଶାନ୍ତ: ଶେଷରେ କଲେ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି। ସୁଶାନ୍ତ ସବୁଠାରୁ ଅଧିକ କାହାକୁ ଡରନ୍ତି ବୋଲି ଏକ ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ମୁଁ ଜାଣେ ନାହିଁ, ବୋଧହୁଏ ମୃତ୍ୟୁ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share