ମୃତ୍ୟୁଞ୍ଜୟଙ୍କ ଶିକ୍ଷାଦାନ ନିଶା

ହାଟଡିହୀ,୨୬ା୨(ଡି.ଏନ.ଏ.)-ମୃତ୍ୟୁଞ୍ଜୟଙ୍କ ବୟସ ୪୦ ବର୍ଷ। ପେସାରେ ଜଣେ ସରକାରୀ ଶିକ୍ଷକ। କିନ୍ତୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ତାଙ୍କର ନିଶା। ଏଥିଲାଗି ସେ କୌଣସି ଅର୍ଥ ନିଅନ୍ତି ନାହିଁ। ୨୦୦୬ ଫେବୃୟାରୀ ୨୩ ତାରିଖରେ ସରକାରୀ ଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତି ମିଳିଲା ା କିନ୍ତୁ ସରକାରୀ ଚାକିରି ପୂର୍ବରୁ ଏବଂ ଏବେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରି ଶିକ୍ଷକ ଜଣକ ନିଜ ଅଞ୍ଚଳରେ ଉଦାହରଣ ପାଲଟିଥିବା ବେଳେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଆଦରରେ ଅଭିଭାବକ ଓ ଛାତ୍ରୀଛାତ୍ର ଶିକ୍ଷକଙ୍କୁ ଟୁନୁ ସାର ବୋଲି ଡାକନ୍ତି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମରେ ମୃତ୍ୟୁଞ୍ଜୟ ପଲେଇଙ୍କ ଘର। ସେ ଇଂଲିଶ ଶିକ୍ଷକ ଭାବେ ବେଶ୍‌ ପରିଚିତ। ନିଜ ଗାଁରୁ ଦଶମ ଶ୍ରେଣୀ ପାସ କରି ଭଦ୍ରକ କଲେଜରୁ ଯୁକ୍ତ ୨ ଓ ଯୁକ୍ତ ୩ ପାସ କରିଥିଲେ। ଏଜୁକେଶନରେ ପିଜି କରିବା ସହ ବିଏଡ ମଧ୍ୟ କରିଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବେ ମୃତ୍ୟୁଞ୍ଜୟଙ୍କୁ କାସାଣ୍ଡ୍ରା ସମ୍ମାନ, ଦିଲ୍ଲୀରେ ହିନ୍ଦୀ ଗୌରବ ଆୱାର୍ଡ ମିଳିଛି। ପ୍ରତିଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ମୃତ୍ୟୁଞ୍ଜୟ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଥାନ୍ତି। ୯ଟା ପରେ ଘରକୁ ଯାଇ ଗାଧୋଇ, ଖାଇ ସ୍କୁଲକୁ ବାହାରିଥାନ୍ତି। ୪ଟା ପରେ ସ୍କୁଲରୁ ଫେରି ସାଢ଼େ ୪ଟାରେ ପୁଣି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାନ୍ତି। ରାତି ୮ଟା ବାଜିଲେ ଘରକୁ ଫେରି ପରିବାର ସହ ସମୟ ବିତାନ୍ତି। ଏପରି କଟେ ତାଙ୍କର ନିତିଦିନ। ମୃତ୍ୟୁଞ୍ଜୟ କହିଛନ୍ତି ଯେ, ସମାଜରେ ଶିକ୍ଷାଦାନ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଏହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ, ଏହାପାଇଁ ବହୁ ଧୈର୍ଯ୍ୟ ଦରକାର। ସେ ବଞ୍ଚିଥିବା ପର୍ଯ୍ୟନ୍ତ ଶିକ୍ଷାର ମହତ୍ତ୍ୱ ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚାଇବେ। ଛାତ୍ରୀଛାତ୍ର ଭଲ ମଣିଷ ହେଲେ ତାଙ୍କୁ ସାର୍ଥକତା ମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri